ଆକାଉଣ୍ଟରେ ପଇସା ନଥିଲେ ମଧ୍ୟ ଜନଧନ ଖାତାରୁ କାଢିପାରିବେ ୫ ହଜାର ଟଙ୍କା, ଜାଣନ୍ତୁ ଏହି ସୁବିଧା ବିଷୟରେ

ସରକାର ସମସ୍ତଙ୍କ ବ୍ୟକ୍ତିଙ୍କୁ ବ୍ୟାଙ୍କ ଅଧିନରେ ଆଣିବା ପାଇଁ ଜନଧନ ଆକାଉଣ୍ଟର ଆରମ୍ଭ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଜନଧନ ଆକାଉଣ୍ଟରୁ ମିଳୁଥିବା ସୁବିଧା ବିଷୟରେ ଲୋକମାନେ ସଠିକ୍‌ ଭାବେ ଜାଣିନାହାନ୍ତି। ଏହାକୁ ଲୋକେ ସାମାନ୍ୟ ସଞ୍ଚୟ ଖାତା ବୋଲି ଭାବୁଛନ୍ତି। ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଥିବା ସମସ୍ତ ଖାତା ସେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟ ସହ ସମାନ। କିନ୍ତୁ ଏଥିରେ କିଛି ସୁବିଧା ବାକି ସେଭିଂ ଆକାଉଣ୍ଟ ଠାରୁ ଅଧିକ ରହିଛି।ଜନଧନ ଖାତାରେ ସେଭିଂ ଆକାଉଣ୍ଟର ସମସ୍ତ ସୁବିଧା ( ସର୍ବନିମ୍ନ ବାଲାନ୍ସ ରଖିବାର ସୁବିଧା, ଏଟିଏମ କାର୍ଡ, ମାସକୁ ୪ଥର ପଇସା କାଢପାରିବା) ସହିତ ଖାତାଧାରକଙ୍କୁ ଆକାଉଣ୍ଟ ଖୋଲିବା ସହିତ ୩୦ ହଜାର ପର୍ଯ୍ୟନ୍ତ ବୀମା ମିଳିଥାଏ। ଏହାସହିତ ଏହି ଆକାଉଣ୍ଟରେ ୨ ଲକ୍ଷ ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ବୀମା ଏବଂ ୫୦୦୦ ଟଙ୍କାର ଓଭରଡ୍ରାଫ୍ଟ ସୁବିଧା ମଧ୍ୟ ମିଳୁଛି। ଯାହା ବେସିକ ସେଭିଂ ଆକାଉଣ୍ଟରେ ମିଳିନଥାଏ।

ଯଦି ଆପଣଙ୍କ ଆକାଉଣ୍ଟରେ କିଛି ପଇସା ନଥାଏ ତେବେ ମଧ୍ୟ ଆପଣଙ୍କୁ ଓଭରଡ୍ରାଫ୍ଟ ସୁବିଧାନୁଯାୟୀ ୫ ହଜାର ଟଙ୍କା ମଧ୍ୟ ଉଠାଇପାରିବେ। କିନ୍ତୁ ଏପରି କରିବା ପାଇଁ ବ୍ୟାଙ୍କର ଏକ ସର୍ତ୍ତ ମାନିବାକୁ ପଡିବ। ଏହି ସର୍ତ୍ତ ଅନୁଯାୟୀ ଜନଧନ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡ ମଧ୍ୟ ଲିଙ୍କ କରିବାକୁ ହେବ।ଏହି ଓଭରଡ୍ରାଫ୍ଟ ସୁବିଧା ପାଇଁ ଆପଣଙ୍କୁ ୬ ମାସ ପର୍ଯ୍ୟନ୍ତ ଟଙ୍କା ରଖିବା ଜରୁରୀ। ଏହାଛଡା ଟାଇମ ଅନୁଯାୟୀ ଟ୍ରାଞ୍ଜାକସନ ମଧ୍ୟ କରିଥିବା ଆବଶ୍ୟକ। ଏହି ଆକାଉଣ୍ଟରେ ଖାତା ଖୋଲିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ଏକ୍ସଟ୍ରା ଡକ୍ୟୁମେଣ୍ଟ ଦରକାର ନାହିଁ। ଆପଣ ବେସିକ ଡକ୍ୟୁମେଣ୍ଟ ନେଇ ବ୍ୟାଙ୍କ ଯାଇ ଖାତା ଖୋଲିପାରିବେ।

Leave a Reply

Your email address will not be published. Required fields are marked *