ଚୀନ ଏବଂ ନେପାଳ ପରେ ଏବେ ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି ଭୁଟାନ ! ୬୦୦୦ କୃଷକ ପ୍ରଭାବିତ !

ବର୍ତ୍ତମାନ ପଡ଼ୋଶୀ ଦେଶ ଗୁଡ଼ିକ ସହିତ ଭାରତର ସମ୍ପର୍କ ଠିକଠାକ ନାହିଁ । ଗୋଟିଏ ପକ୍ଷରେ ଚୀନ୍ ସହ ସୀମା ବିବାଦ ତ ଅନ୍ୟ ପକ୍ଷରେ ନେପାଳ ସହିତ ନକ୍ସା ବିବାଦ । ପୁଣି ଏବେ ଚୀନ୍ ଏବଂ ନେପାଳ ପରେ ପରେ ଭୁଟାନ ମଧ୍ୟ ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି । କିଛି ମିଡିଆ ରିପୋର୍ଟରେ ଏହି ଦାବି କରାଯାଇଛି ଯେ, ଭୁଟାନ ଏବେ ଆସାମରେ ଅସୁଥିବା ପାଣିକୁ ରୋକିଦେଇଛି, ଏଥିରେ ରାଜ୍ୟର ବକ୍ସା ଜିଲ୍ଲାରେ କୃଷକ ମାନେ ଚିନ୍ତିତ ଅଛନ୍ତି । ମାତ୍ର ଭୁଟାନ କହିଛି ଯେ, ବନ୍ଧରେ ମରାମତି କାମ ଚାଲୁଅଛି , ଯେଉଁଥିରେ ଆସାମକୁ ବିନା ବାଧାରେ ପାଣି ଯାଇ ପାରିବ ।

ଏହା ପୂର୍ବରୁ ଭୁଟାନ ଭାରତରୁ ଆସୁଥିବା ପର୍ଯ୍ୟଟକଙ୍କ ପାଖରୁ ପ୍ରତିଦିନ ୧୦୦୦ ଟଙ୍କାରୁ ଅଧିକ ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ନେଇଥିଲା ।

କୋରୋନା ଭୂତାଣୁ କାରଣରୁ ଭୁଟାନ ନିଜର ସୀମାକୁ ବନ୍ଦ କରି ରଖିଛି । ପୁଣି, ଏବେ ଭୁଟାନ ଭାରତୀୟ କୃଷକ ମାନଙ୍କୁ ସେଠାରୁ ବାହାରିଥିବା ନଦୀ ଗୁଡ଼ିକର ପାଣିକୁ ବ୍ୟବହାର କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଦେଇଛି ।

ଆସାମର ବକ୍ସାରେ ୨୬ରୁ ଅଧିକ ଗାଁରେ କୃଷକ ମାନେ ଧାନ ଚାଷ ପାଇଁ ଜମିରେ ପାଣି ମଡ଼ାଇବା ପାଇଁ ଭୁଟାନର ନଦୀ ଗୁଡ଼ିକ ଉପରେ ନିର୍ଭର କରନ୍ତି । କିନ୍ତୁ ପାଣି ରୋକିବା ଦ୍ଵାରା କୃଷକ ମାନେ ଚିନ୍ତିତ ହୋଇ ପଡ଼ିଛନ୍ତି ଏବଂ ଖୁବ କ୍ରୋଧରେ ଅଛନ୍ତି । ଭୁଟାନର ପାଣି ରୋକିବା ଦ୍ଵାରା ପାଖାପାଖି ୬୦୦୦ କୃଷକ ପ୍ରଭାବିତ ହୋଇଛନ୍ତି ।

ବକ୍ସା ଜିଲ୍ଲାରେ ପାଣି ରୋକାଯିବା ବିରୋଧରେ ସୋମବାର ଦିନ ପ୍ରଦର୍ଶନ ହୋଇଥିଲା । ଏଥିରେ ସିବିଲ ସୋସାୟଟୀର ଲୋକମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । କୃଷକ ମାନେ ଅନେକ ସମୟ ପର୍ଯ୍ୟନ୍ତ ରୋଙ୍ଗିଆ-ଭୁଟାନ ସଡ଼କକୁ ମଧ୍ୟ ବନ୍ଦ କରିଦେଇଥିଲେ ।

ପ୍ରଦର୍ଶନକାରୀଙ୍କ ଦାବି ଏହିକିଯେ, କେନ୍ଦ୍ର ସରକାର ଭୁଟାନ ସରକାରଙ୍କ ସାମ୍ନାରେ ଏହି ପ୍ରସଙ୍ଗ ରଖନ୍ତୁ । ଯେତେଶିଘ୍ର ସମ୍ଭବ ଏପରି ସ୍ଥିତିର ସମାଧାନ କରାଯାଉ । ପୁଣି ଆସାମର ମୁଖ୍ୟ ସଚିବ କହିଛନ୍ତି ଯେ, ପାଣି ଜାଣିଶୁଣି ଅଟକି ଦିଆଯାଇ ନାହିଁ, ବ୍ଲୋକେଜ କାରଣରୁ ଏହି ପାଣିକୁ ରୋକା ଯାଇଛି । ଭୁଟାନ ଏହାକୁ ଖୋଲିବା ପ୍ରଚେଷ୍ଟାରେ ରହିଛି ।

ବକ୍ସାର ଲୋକମାନେ ପ୍ରତିବର୍ଷ ଭାରତ ଭୁଟାନ ସୀମାରେ ସ୍ଥିତ ସମୁଦ୍ରପ ଜୋଗଖାର ଅଂଚଳକୁ ଯାଆନ୍ତି ଏବଂ କଳା ନଦୀର ପାଣିକୁ ଆଣି ନିଜ କ୍ଷେତରେ ସିଞ୍ଚନ କରନ୍ତି । କିନ୍ତୁ ଏଥର ଭୁଟାନ କୋରୋନା କାରଣରୁ ନିଜ କ୍ଷେତ୍ରରେ ଭାରତୀୟ କୃଷକ ମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି ।

ଜଣେ କୃଷକ କହିଛନ୍ତି ଯେ, ବିନା ପାଣିରେ ତାଙ୍କ ଫସଲ ଖରାପ ହେଉଛି । ସେ ଏହା ମଧ୍ୟ କହିଛନ୍ତି ଯେ , ଭୁଟାନ ତରଫରୁ ଡୋଙ୍ଗ ବନ୍ଧ ବନାଇ ସେ ନିଜ ଧାନ କ୍ଷେତ ପାଇଁ ପାଣି ନେଉଥିଲେ । କିନ୍ତୁ ଭୁଟାନ ଏଥର ଲକଡାଉନ କାରଣରୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି ।

ଭୁଟାନ ସହିତ ଭାରତର ସମ୍ବନ୍ଧ ସବୁବେଳେ ମଧୁର ହିଁ ରହିଛି । ପ୍ରତିବର୍ଷ ଅନେକ ସଂଖ୍ୟାରେ ଭାରତୀୟ ଭୁଟାନ ବୁଲିବାକୁ ଯାଆନ୍ତି । ସେଠାକୁ ଯିବାପାଇଁ ଭାରତୀୟ ମାନଙ୍କୁ ପାସପୋର୍ଟର ଆବଶ୍ୟକତା ପଡ଼ିିନଥାଏ । ମାତ୍ର ଭୁଟାନ ସରକାର ଏହି ବର୍ଷ ଠାରୁ ଭାରତୀୟ ପର୍ଯ୍ୟଟକ ମାନଙ୍କ ଠାରୁ ଅନ୍ୟ ଦେଶ ମାନଙ୍କ ଭଳି ଶୁଳ୍କ ଆଦାୟ କରିବାର ନିଷ୍ପତ୍ତି ନେଇଛି ।

ପୂର୍ବୀ ଲଦାଖରେ ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ସାମାନ୍ୟ ନୁହେଁ । ପୁଣି ନେପାଳ ମଧ୍ୟ ଭାରତକୁ ନେଇ ଆକ୍ରମଣର ରୂପ ଦେଖାଉଛି । ନେପାଳ ଭାରତର ଆପତ୍ତି ସତ୍ୱେ ୩ଟି ଅଂଶକୁ ନେପାଳ ନକ୍ସାରେ ସାମିଲ କରିଛି ।

Leave a Reply

Your email address will not be published. Required fields are marked *