ଆର୍ତତ୍ରାଣ ଙ୍କ ନାମରେ ଥାନାରେ ଏତଲା

ମୋବାଇଲ ରେ ମନ୍ତ୍ର ପଢ଼ିଦେଲେ ଫୁ କିନା ଉଡିଯିବ କରୋନା ,ଏପରିକି ଛୁଇଁଦେଲେ ମଧ୍ୟ ମହାମାରୀ କରୋନା ଭଲ ହେଇଯିବ ଦାବି କରୁଥିବା ବାବା ଆର୍ତତ୍ରାଣ ଙ୍କ ନାମରେ ଆଇନଜୀବୀ ଶ୍ରୀ ହରିଚନ୍ଦନଥାନାରେ ଏତଲା ଦେବାସହିତ ଏହା ଅନ୍ଧବିଶ୍ୱାସ ଏବଂ ତୁରନ୍ତ ବାବା ଙ୍କୁ ଗିରଫ ପାଇଁ ଦାବି କରିଥିଲେ I ଅଭିଯୋଗ ଅନୁଯାୟୀ ପୋଲିସ ବାବାଙ୍କ ଲୁମ୍ବିନୀବିହାରସ୍ଥିତ ଦିବ୍ୟ ଚିକିତ୍ସା ଆଶ୍ରମକୁ ଯାଇ ଖାଲି ହାତରେ ଫେରିଥିବା ଦୁଇଟି ପ୍ରମୁଖ ଖବରକାଗଜ ରେ ପ୍ରକାଶିତ ହେଇଛି ଏପରିକି ବାବା ଆର୍ତତ୍ରାଣ ଫେରାର ହେଇଯାଇଥିବା ଏକ ପ୍ରମୁଖ ଖବର କାଗଜ ପ୍ରକାଶ କରିଛି Iତେବେ ଏହାପରେ ବାବା ନିଜ ଫେସବୁକ ରେ ଉଲ୍ଲେଖ କରିଛନ୍ତି ଯେ ସେ କୁଆଡେ ଫେରାର ହେଇନାହାନ୍ତି କି ପୋଲିସ ତାଙ୍କୁ ଖୋଜିନି I ତେବେ ପ୍ରଶ୍ନ ଉଠୁଛି କିଏ ସତ କହୁଛି ?

Leave a Reply

Your email address will not be published. Required fields are marked *