ବର୍ଷା ଅନୁଭବ ଙ୍କ ଝଗଡା ରେ ଫାଇଦା ପାଇଲେ ମୁଖ୍ୟମନ୍ତ୍ରୀ

କଥା ଏବେ କଟକ ନନ୍ଦୀ ସାହି ରୁ ଯାଇ ଦିଲ୍ଲୀ ରେ ହଇଚଇ କଲାଣି I ଯଦିଓ କୁହାଯାଉଛି ଏହା ଅନୁଭବ ଙ୍କ ଘରୋଇ କଳି ,ମାମଲା କିନ୍ତୁ ଜାତୀୟ ସ୍ତର ର ବ୍ରେକିଙ୍ଗ ନିଉଜ ହେଇସାରିଲାଣି I ବର୍ଷା ଙ୍କ ଅଭିଯୋଗ ପରେ ବିଜେଡି ର ମା କୁ ସନମାନ ନାରା ଉପରେ ପ୍ରଶ୍ନ ଉଠିଛି I ଯଦି ନିଜ ସ୍ତ୍ରୀ କୁ ମଦ୍ୟପାନ କରି ମାଡ ଦେଉଛନ୍ତି ,ପତ୍ନୀ ନିର୍ଯାତିତ ,ତେବେ ଜଣେ ରାଜନେତା ଭାବରେ ସାଧାରଣ ନାରୀମାନଙ୍କୁ କି ନ୍ୟାୟ ଦେବେ ?

ଅନୁଭବ ଙ୍କୁ ତୁରନ୍ତ ଦଳରୁ ବିଦା କରିବାକୁ ବିରୋଧୀ କଂଗ୍ରେସ ବିଜେପି କୁଶପୁତ୍ତଳିକା ଦାହ କଲେଣି I ଦଳ ଉପରେ ଟିକିଏ ଆଞ୍ଚ ଆସିଲେ କିଛି ନଦେଖି ଖଣ୍ଡା ବୁଲାଇ ବଳି ପକାଉଥିବା ସୁପ୍ରିମ ନବୀନ ଙ୍କ ନୀରବତା ସମସ୍ତଙ୍କୁ ଚକିତ କରୁଛି I ଏମିତିରେ ଦେଖିବାକୁ ଗଲେ ବର୍ଷା ବି ନବୀନ ଙ୍କ ପ୍ରଚାର ରେ ନିମପୁର ରୁ ନବୀନ ନିବାସ ଆସିଥିଲେ I କିନ୍ତୁ ଏବେ ନିର୍ଯାତନା ର ଶିକାର ହେବାପରେ ଛାମୁ ସମ୍ପୂର୍ଣ୍ଣ ଚୁପ ରହିଛନ୍ତି I

ତେବେ କାହିଁକି ଛାମୁ ଚୁପ ? ଚର୍ଚା ଚାଲିଛି ଏହି ସବୁ କାରଣ ପାଇଁ ବିଜେଡି ସୁପ୍ରିମ ଚୁପ ରହୁଛନ୍ତି I
1) ଶନିବାର ଦିନ ଏହି ଘଟଣା ଚର୍ଚା କୁ ଆସିବା ପୂର୍ବରୁ ପୁରି ବଗଲା ଧର୍ମଶାଳା ଘଟଣା ରେ ଗଣମାଧ୍ୟମ ଉଠୁଥିଲା ପଡୁଥିଲା I ବିଜେପି ସମ୍ବିତ ପାତ୍ର ଏବଂ ସତ୍ୟ ନାୟକ ଙ୍କ ଶାଣିତ ଆକ୍ରମଣ ରେ ସରକାର ଅସ୍ତବ୍ୟସ୍ତ ହେଇପଡୁଥିଲେ  2) ବର୍ଷା ରେ ଓଡିଶା ର 20 ଜିଲ୍ଲା ଭୟଙ୍କର ଭାବେ ଜଳବନ୍ଦୀ ହେଇଛି ,ଯାହାକି ସରକାର ଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି I ଏପରିକି ମାମୁ ଭଣଜା ଡିନାମାଇଟ ଲଗାଇ ବନ୍ଧ ଉଡାଇ ଦେବା ମୁଖ୍ୟ ଖବର ପାଲଟିଥିଲା I ବିଜେଡି ନେତା ଙ୍କ ସମ୍ପୃକ୍ତି ଅଡୁଆ ସୃଷ୍ଟି କରିଥିଲା I

ଏହି ସମୟରେ ଅଚାନକ ଆସିଲା ବର୍ଷା ଅନୁଭବ ଙ୍କ ଝଗଡା ,ଯାହାକି ସବୁ ଖବର କୁ ପଛରେ ପକାଇଦେଲା I ଖବର ଭିତରେ ଚାପିହେଇଗଲେ ବଗଲା ,ବନ୍ୟା ,ମାମୁ ଭଣଜା I ଦିନରାତି ଖାଲି ଅନୁଭବ ବର୍ଷା I ତେଣୁ କହିବାକୁ ବର୍ଷା ଅନୁଭବ ଘଟଣା ନବୀନ ଙ୍କ ପାଇଁ ବରଦାନ ସଦୃଶ ,ଏତେଶୀଘ୍ର କାର୍ଯ୍ୟାନୁଷ୍ଠାନ କିଭଳି ନେବେ ? ଆଉ କିଛିଦିନ ଏମିତି ଖବର ବାଜିଲେ ବଡ ବଡ ଇସ୍ୟୁ ସବୁ ଲୁଚିଯିବେ ,ତାପରେ ଦେଖାଯିବ କଣ ହେଇପାରିବ I ଏମିତିରେ ଦେଖିବାକୁ ଗଲେ ବିରୋଧୀ ବୈଜୟନ୍ତ ଙ୍କୁ ପା ଧୂଳି ଚଟାଇଥିଲେ ଅନୁଭବ ,ସେ ଦୃଷ୍ଟିରୁ ତ ସେ ଏବେବି ବିଜେଡି ର ଗେଲ୍ହା ପୁଅ ନା !

Leave a Reply

Your email address will not be published. Required fields are marked *