ଜେସିବି ଲଗାଇ ଓଟିଭି ସ୍ଟୁଡ଼ିଓ ପାଚେରୀ ଭାଙ୍ଗିଲା ପ୍ରସାଶନ, ୟା ପରେ ଅଫିସ ସିଲ୍ ?

ଶେଷରେ ବହୁ ଚର୍ଚିତ ଓଟିଭି ର ସାରୁଅ ଜମି ରେ ଥିବା ସ୍ଟୁଡ଼ିଓ ପାଚେରୀ ଭାଙ୍ଗିଛି ପ୍ରସାଶନ I ଆଜି ସକାଳୁ ପ୍ରଶାସନ ତରଫରୁ ଓଟିଭି ଷ୍ଟୁଡ଼ିଓ ପାଚେରୀ ଉଚ୍ଛେଦ କରାଯାଇଛି I

ଘଟଣାସ୍ଥଳରେ ତହସିଲଦାର,ଉପଜିଲ୍ଲାପାଳ ଏବଂ ପୋଲିସ ଉପସ୍ଥିତ ରହିଛନ୍ତି। ସୂଚନା ଥାଉ କି ଓଟିଭି ର ସହବନ୍ଧିତ ଓରଟେଲର ଜଣେ କର୍ମଚାରୀ ରବୀନ୍ଦ୍ର ସେଠୀଙ୍କ ନାମରେ ସାରୁଅରେ ଦଳିତ ଚାଷୀଙ୍କଠାରୁ ଓଟିଭି ଜମି କିଣି ପରେ ଏହାକୁ ସଂସ୍ଥା ନାମରେ ମାଲିକାନା ବଦଳ କରାଯାଇଥିଲା I ଏବଂ ଏଠାରେ ସ୍ଟୁଡ଼ିଓ ପାଇଁ ପାଚେରୀ ନିର୍ମାଣ ହେଇଥିଲା I ତେବେ ଏହାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଅଭିଯୋଗ କରିଥିଲେ ଯେ ଓଟିଭି ଜମି ଜବରଦଖଲ କରିଛି ,ଗ୍ରାମବାସୀ ଙ୍କୁ ଜମି କୁ ଛାଡୁ ନାହିଁ ,ଏହାକୁ ନେଇ ମାପଚୁପ ହେଇଥିଲା ଏବଂ ସେତେବେଳେ ଦାୟିତ୍ୱ ରେ ଥିବା ତହସିଲଦାର ପ୍ରତିକ୍ରିୟା ରଖିଥିଲେ କି ଓଟିଭି ଇଞ୍ଚେ ବି ଜାଗା ଅକ୍ତିଆର କରିନି କି କୌଣସି ନିୟମ ଭାଙ୍ଗିନି ,ଏପରିକି ଅଭିଯୋଗ କରିଥିବା ଲୋକମାନେ ନିଜ ଜମି ରେ ଚାଷ ମଧ୍ୟ କରିଛନ୍ତି ,ଏହାପରେ ସମ୍ପୃକ୍ତ ତହସିଲଦାର ଙ୍କୁ ସେଠାରୁ ବଦଳି କରାଯାଇଥିଲା I

ନୂଆ ତହସିଲଦାର ନିଯୁକ୍ତ ହେଇଥିଲେ Iଆଉ ସାର ଆସୁ ଆସୁ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ ,ପ୍ରଥମ ଦଫା ରେ ଭାଙ୍ଗି ଦେଇଛନ୍ତି ଓଟିଭି ସ୍ଟୁଡ଼ିଓ ର ପାଚେରୀ I ତେବେ ଓଟିଭି ଅଭିଯୋଗ କରିଛି କି ବିନା ନୋଟିସ ରେ ପ୍ରସାଶନ ପାଚେରୀ ଭାଙ୍ଗିଛି I

Leave a Reply

Your email address will not be published. Required fields are marked *