ମହାରଥୀ ଙ୍କ ପରେ ପିପିଲି ରେ ନିର୍ବାଚନ ଲଢ଼ିବେ ରାନୀ ପଣ୍ଡା ? ଦେଖନ୍ତୁ କଣ କହୁଛନ୍ତି

ସ୍ବର୍ଗତ ପ୍ରଦୀପ ମହାରଥୀ ଙ୍କୁ ନେଇ ଚର୍ଚା ରେ ରାନୀ ପଣ୍ଡା I ନିକଟରେ ରାଜ୍ୟ ରାଜନୀତି ର ବହୁ ଚର୍ଚିତ ପିପିଲି ନେତା ପ୍ରଦୀପ ମହାରଥୀ ଙ୍କ ଏକାଦଶାହ ଯାଇଥିବା ବେଳେ ,ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ଦେଖିବାକୁ ମିଳିଥିଲା I ସେ ଧଳା ଶାଢୀରେ ପିପିଲି ରେ ପହଞ୍ଚି ଅସହାୟ ଲୋକଙ୍କୁ ବସ୍ତ୍ର ଏବଂ ଖାଇବାକୁ ଅବଢ଼ା ବାଣ୍ଟିଥିଲେ I

ଯାହାକୁ ନେଇ ଜୋରଦାର ଚର୍ଚା I ରାଣୀ ପଣ୍ଡା ରାଜନୀତି କୁ ଆସିବେ ଏବଂ ପିପିଲି ରେ ଲଢ଼ିବେ କି ବୋଲି ସମଗ୍ର ଅଞ୍ଚଳ ରେ ଚର୍ଚା ହେଇଥିଲା ଯାହାକୁ ନେଇ ମୁଁହ ଖୋଲିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା I ଆମ ପାଖରେ ହସ୍ତଗତ ହେଇଥିବା ରାଣୀ ଙ୍କ ଭିଡିଓ ରେ ଦେଖାଯାଇଛି କି ସେ ନିଜେ କହିଛନ୍ତି

” ମୁଁ ଶୁଣିବାକୁ ପାଉଛି ଚର୍ଚା ହେଉଛି ରାନୀ ପଣ୍ଡା ରାଜନୀତି କରିବାକୁ ଚାଁହୁଛି ,ଦୟାକରି ରାଜନୀତି ସହିତ ମତେ ଯୋଡନ୍ତୁ ନାହିଁ ,ମୋର ସେଭଳି କୌଣସି ଉଦେଶ୍ୟ ନାହିଁ I ମୁଁ ମହାରଥୀ ଙ୍କୁ ନିଜ ଗୁରୁ ଭାବେ ମାନେ ,ଯାତ୍ରା ଜଗତ କୁ ତାଙ୍କ ଅବଦାନ ଅତୁଳନୀୟ ସେଥିପାଇଁ ଏ କାର୍ଯ୍ୟକ୍ରମ କରିଥିଲି I


ଏହାକୁ ନେଇ ଅନ୍ୟଥା ବିବାଦ ସୃଷ୍ଟି କରନ୍ତୁ ନାହିଁ ,ମହାରଥୀ ଙ୍କ ପରେ କଂଗ୍ରେସ ର ସୁର ଭାଇ ଙ୍କୁ ମୁଁ ପସନ୍ଦ କରେ I ତାଙ୍କର ରୋକଠୋକ ମତେ ପସନ୍ଦ ଲାଗେ ,ତା ମାନେ ନୁହେଁ ମୁଁ କଂଗ୍ରେସ ରେ ଯୋଗ ଦେବୀ I ଏହା ମୋ ବ୍ୟକ୍ତିଗତ କଥା ,ଯେଉଁମାନେ ମତେ ପସନ୍ଦ ଆସନ୍ତି ମୁଁ ତାଙ୍କୁ ଭଲପାଏ ,ଦୟାକରି ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ I

Leave a Reply

Your email address will not be published. Required fields are marked *