ମାଳିକା ବଚନ ଭୁବନେଶ୍ୱର ରେ ଚାଲିବ 60 ଫୁଟ ପାଣି ଆହୁରି ଘଟିବ ଅଘଟଣ ଜାଣନ୍ତୁ ସଂପୂର୍ଣ୍ଣ କଥା

ମାଳିକା ବଚନ ନ ହୋଇବ ଆନ ,ଭବିଷ୍ୟତ ରେ କଣ ଘଟିବ ତାହାକୁ ବହୁ ପୂର୍ବରୁ ଅତୀତ ରେ ମାଳିକା ରେ ବର୍ଣ୍ଣନା କରାଯାଇଛି I ତେବେ ସବୁଠୁ ଚକିତ କଥା ହେଉଛି କି ମାଳିକା ରେ ଯାହା ବି ବର୍ଣ୍ଣନା କରାଯାଇଛି ଆଜିଯାଏ ସତ ହିଁ ସାବ୍ୟସ୍ତ ହେଇଛି I ଅଚ୍ୟୁତ ଠାର ହାଡ଼ିଆ ଗାର ରେ ପରିଚିତ ଶ୍ରୀ ଶ୍ରୀ ଅଚ୍ୟୁତ ଙ୍କ ଭବିଷ୍ୟ ବାଣୀ ଅନେକାଂଶ ରେ ସତ ସାବ୍ୟସ୍ତ ହେଇଛି I ଜଗନ୍ନାଥ ଙ୍କ ମନ୍ଦିର ରୁ ନେତ ଉଡିବା ହେଉ କିମ୍ବା ମହାମାରୀ କରୋନା I କରୋନା କୁ ନେଇ ମାଳିକା ରେ ଯାହା ବି କୁହାଯାଇଥିଲା ତାହା ସତ ହେଇଚି I ଅଜଣା ରୋଗ ଆସିବ ,ବଇଦ ରୋଗ ଜାଣି ନପାରିବ ,ସମସ୍ତେ ବଳଦ ପ୍ରାୟ ମୁଁହରେ ତୁଣ୍ଡି ବାନ୍ଧିବେ ,ବାସ୍ତବରେ ସେମିତି ହିଁ ହେଉଛି


ଏଠାରେ ଆମେ ପୁଣି ସେମିତି ଏକ ମାଳିକା ବିଷୟରେ ଆଲୋଚନା କରିବା I ୬୦୦ ବର୍ଷ ତଳେ ଲେଖାଯାଇଥିବା ଅନେକ ମାଳିକା ରେ ଭୁବନେଶ୍ୱର କୁ ବହୁ କଥା ଉଲ୍ଲେଖ କରାଯାଇଛି I ମାଳିକା ରେ ବର୍ଣ୍ଣନା ଅଛି କି “ଲିଙ୍ଗରାଜ ପୁରେ ତ୍ରୟୋଦଶ ଦିନ ଅଯୋଗର ଜଗିଥିବ, ବିନ୍ଦୁ ସରୋବର ବିଷ ହୋଇଯିବ,ଯେ ଛୁଇଁବ ନାଶ ଯିବ” ଅର୍ଥାତ ଲିଙ୍ଗରାଜ ପୁରରେ ତ୍ରୟୋଦଶ ଦିନ ଅଜଗର ଜଗିଥିବ,ଏମିତି ହେବ କି ପାଲଟିଯିବ ,ଏହାର ପାଣି ଯିଏ ବି ସ୍ପର୍ଶ କରିବ ତାର ସର୍ବନାଶ ହେଇଯିବ I

ଆହୁରି ମଧ୍ୟ କହିଛନ୍ତି କି  -ନାମ ପୁଣି ଅଟେ ଭୁବନେଶ୍ୱର ଯେଉଁଠି ହେବଯେ ମହାସମର, ଆଉ ସେଠାରେ ଭୂମିକମ୍ପ ହୋଇବ,କୋଠାବାଡି ସବୁ ଭୁଶୁଡ଼ି ଜୀଵ-ଅର୍ଥାତ ଭୁବନେଶ୍ୱର ସହର ରେ ମହା ଯୁଦ୍ଧ ହେବ ଏପରିକି ପ୍ରାକୃତିକ ଦୈବି ଦୁର୍ବିପାକ ଭୂମିକମ୍ପ ,ବନ୍ୟା ହେବ ଏହାଫଳରେ ଘର ବାଡ଼ି ସବୁ ଭୁଶୁଡି ଭାସି ଯିବ I


ଏବେ ତ ଆପଣ ଦେଖୁଥିବେ ଅଳ୍ପ ବର୍ଷା ହେଲେ କିଭଳି ଭୁବନେଶ୍ୱର ରେ ପାଣି ଉବୁଟୁବୁ ହେଉଛି ଆଗକୁ ଯେ ମାଳିକା ବଚନ ସତ ନହେବ ତାହା ମଧ୍ୟ ଅସ୍ବୀକାର କରିହେବନି I

ମାଳିକା ରେ କୁହାଯାଇଛି କି ଯେବେ କଳିଯୁଗ ଶେଷ ହେବାକୁ ଲାଗିବ ଏହି ସବୁ ଦୃଶ୍ୟମାନ ହେବ ଏବଂ ଧୀରେ ଧୀରେ କଳିଯୁଗ ଶେଷ ପାଇ ଅସତ୍ୟ ଲୋପ ପାଇବ I ତେବେ ଆପଣଙ୍କ ମତରେ ଏଅଵୁ ସତ ନା କେବଳ ମାଳିକା ବଚନ ,କମେନ୍ଟ ରେ ନିହାତି ଆମକୁ ଜଣାଇବେ I

Leave a Reply

Your email address will not be published. Required fields are marked *