ଉପ ନିର୍ବାଚନ ଷ୍ଟାର ପ୍ରଚାରକ ରୁ ବିଦା ହେଲେ ଅନୁଭବ ଏଣ୍ଟ୍ରି ମାରିଲେ ଅରିନ୍ଦମ

ଯାହା ଚର୍ଚା ହେଉଥିଲା ଶେଷରେ ସେୟା ହିଁ ହେଇଛି I ବିଜେଡି ଷ୍ଟାର ପ୍ରଚାରକ ରୁ ବିଦା ହେଇଛନ୍ତି ଅନୁଭବ I ନଭେମ୍ବର 3 ରେ ଉପ ନିର୍ବାଚନ ହେବାକୁ ଥିବାବେଳେ ତିର୍ତୋଲ ଏବଂ ବାଲେଶ୍ୱର ସଦର ପାଇଁ ଅନୁଭବ ଙ୍କୁ ଏହି ଷ୍ଟାର ଲିଷ୍ଟ ରେ ସାମିଲ କରାଯାଇନାହିଁ I ବଡ଼ ପକ୍ଷରୁ ଉପନିର୍ବାଚନ ପାଇଁ 30ଜଣିଆ ଷ୍ଟାର ପ୍ରଚାରକ ଘୋଷଣା ହେଇଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ,ପ୍ରଣବ ଦାସ ,କୁନା ତ୍ରିପାଠୀ ,ଅଭିନେତା ଆକାଶ ଦାସ ଙ୍କ ନାମ ରହିଛି |

ଦଳ ତରଫରୁ ଅରିନ୍ଦମ ଙ୍କୁ ବାଲେଶ୍ୱର ଏବଂ ତିର୍ତୋଲ ପାଇଁ ମଧ୍ୟ ଗୁରୁ ଦାୟିତ୍ୱ ଦିଆଯାଇଛି କିନ୍ତୁ ସବୁଠାରୁ ଚର୍ଚିତ ଅନୁଭବ ଙ୍କୁ ଷ୍ଟାର ପ୍ରଚାରକ ରୁ ବିଜେଡି ହଟେଇ ଦେଇଛି I ପୂର୍ବରୁ ଅରିନ୍ଦମ ବାଲେଶ୍ୱର ରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚା ହେଉଥିଲା ଏପରିକି ନିଜେ ଅରିନ୍ଦମ ମଧ୍ୟ କହିଥିଲେ ଦଳ ଯାହା ନିଷ୍ପତି ନେବ ସେ ଗ୍ରହଣ କରିବେ |

ତେବେ ବାଲେଶ୍ୱର ସଦର ରେ ଅନୁକମ୍ପା ଭୋଟ ର ପ୍ରଭାବ ରହୁଥିବା ବେଳେ ରବୀନ୍ଦ୍ର ଜେନା ଏବଂ ଜୀବନ ପ୍ରଦୀପ ମଧ୍ୟରେ ଦ୍ଵନ୍ଦ ରହିଥିଲା ,ଏତେସବୁ ବିବାଦ ଭିତରେ ଭିଣେଇ ଅରିନ୍ଦମ ଙ୍କୁ ନିର୍ବାଚନ ଲଢ଼େଇବାକୁ ସୁରକ୍ଷିତ ମଣିନଥିଲେ ପ୍ରଣବ ଦାସ ଓରଫ ବବି ଦାସ I ତେବେ ଷ୍ଟାର ପ୍ରଚାରକ ରେ ଅରିନ୍ଦମ ଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି ,ଯାହାକି ଆଗାମୀ ଦିନରେ ଅରିନ୍ଦମ ଙ୍କ ପତିଆରା ଯେ ବୃଦ୍ଧି ହେବ ଏଥିରେ ସନ୍ଦେହ କରିବାରେ ନାହିଁ |

 

ଚର୍ଚା ହେଉଛି ବର୍ଷା ଅନୁଭବ ବିବାଦ ପରେ ଅନୁଭବ ଙ୍କ ଲୋକପ୍ରିୟତା କମିବାରେ ଲାଗିଛି ,ଏପରିକି ଅନୁଭବ ପ୍ରଚାର ରେ ସାମିଲ ହେଲେ ବିଜେଡି ପାଇଁ ଅଡୁଆ ସାବ୍ୟସ୍ତ ହେଇପାରେ ,ଏସବୁ କୁ ବିଚାର କରାଯାଇ ତାଙ୍କୁ ଦଳ ର ଷ୍ଟାର ପ୍ରଚାରକ ରେ ସାମିଲ କରାଯାଇ ନାହିଁ I

Leave a Reply

Your email address will not be published. Required fields are marked *