କାଲିଠୁ ଓଟିଭି ଅଫିସ ରେ ଡେରା ପକାଇଛି ପୋଲିସ ,ତାଲା ପଡିବ କି ଅଫିସ ରେ ?

ଓଟିଭି କୁ ମହଙ୍ଗା ପଡିବ କି ସରକାର ଙ୍କ ସହିତ ପଙ୍ଗା ? ଦିନେ ଯେଉଁ ସରକାର ଙ୍କ ଛତ୍ରଛାୟା ତଳେ ରହି ସରକାର ଙ୍କ ପ୍ରଚାର ପ୍ରସାର କରି ଓଟିଭି ଆଜି ବିଶାଳ ଦ୍ରୁମ ରେ ପରିଣତ ହେଇସାରିଛି ଏବେ ସେଇ ଦ୍ରୁମ ର ଚେର କାଟି ମୂଳରୁ ଉପାଡି ଦେବାକୁ ଚେଷ୍ଟା କରୁଛି ବିଜେଡି I

ନିକଟରେ ସାରୁଅ ଜମିରେ ଓଟିଭି ର ଜମି ଜବରଦଖଲ କୁ ନେଇ ଅଭିଯୋଗ ଆସିଥିବା ବେଳେ ପୂର୍ବତନ ତହସିଲଦାର ସ୍ପଷ୍ଟୀକରଣ ରଖିଥିଲେ ଯେ ଇଞ୍ଚେ ବି ଜମି ଓଟିଭି ଜବରଦଖଲ କରିନି ଏହାପରେ ସମ୍ପୃକ୍ତ ତହସିଲଦାର ଙ୍କୁ ବଦଳି କରାଯାଇ ନୂଆ ତହସିଲଦାର ନିଯୁକ୍ତ ହେଇଥିଲେ ,ଆଉ ବାବୁ ଆସୁ ଆସୁ ଓଟିଭି ର ପାଚେରୀ କୁ ବିନା ନୋଟିସ ରେ ଭାଙ୍ଗି ଦେଇଥିଲେ I ଯଦିଓ ଓଟିଭି ପ୍ରଶ୍ନ ର କୌଣସି ସଠିକ ଉତ୍ତର ଦେଇପାରିନଥିଲେ ସମ୍ପୃକ୍ତ ତହସିଲଦାର I

ତେବେ ଏହାର ଦିନକ ପରେ ବର୍ଷକ ତଳ ର ଏକ ମାମଲା କୁ ରି ଓପନ କରାଇ ଓଟିଭି ଭୁବନେଶ୍ୱର ପ୍ରତିନିଧି ରମେଶ ରଥ ଙ୍କୁ 4/5 ଜଣ ପୋଲିସ ଦୁର୍ଦ୍ଧାନ୍ତ ଅପରାଧୀ ଙ୍କୁ ଉଠେଇ ନେବା ଭଳି ନେଇଯାଇଥିଲେ I ଦୁଇ ଘଣ୍ଟା ପରେ ଭୁବନେଶ୍ୱର ଓଟିଭି ଅଫିସ ରେ ପୋଲିସ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ବିନା ଲିଖିତ ଅନୁମତି ଏବଂ ସର୍ଚ୍ଚ ୱାରେଣ୍ଟ ରେ I ଏନେଇ ଅଫିସ ତରଫରୁ ଅଫିସ ଭିତରକୁ ପସେଇ ଦିଆଯାଇନଥିଲା ,ଏଥିରେ ଉତ୍ୟକ୍ତ ହେଇ ଜଣେ ପୋଲିସ ବାବୁ ଆହୁରି କେସ ହେବ ଏବଂ ଗିରଫ ହେବେ ବୋଲି ସିଧାସଳଖ କହୁଥିବାର ଦେଖିବାକୁ ମିଳିଥିଲା I ସେବେଠୁ ପ୍ରାୟ 30 ରୁ ଉର୍ଧ ପୋଲିସ ଓଟିଭି ଅଫିସ କ୍ୟାମ୍ପସ ଏବଂ ଗେଟ ବାହାରେ ଡେରା ପକାଇଛନ୍ତି I

ଏବେ ସାଧାରଣ ରେ ଚର୍ଚା ହେଉଛି ଅପରାଜିତା ଙ୍କ ଅଫିସ ବନ୍ଦ କଲା ଭଳି ଓଟିଭି ଅଫିସ ସିଲ ହେବ କି ? ନଚେତ କାହିଁକି ଏତେ ପରିମାଣରେ ପୋଲିସ ଡେରା ପକାଇଛି ?

Leave a Reply

Your email address will not be published. Required fields are marked *