ଆଜିଠୁ ମା ଦୁର୍ଗା ଙ୍କ ନବରାତ୍ରି ,ମା ଙ୍କ କୃପାରୁ ଚମକିବ ଏହି ୯ ଟି ରାଶି ର ଭାଗ୍ୟ

ଧରାବତରଣ କରିବେ ମା ଦୁର୍ଗା I ଆଜିଠୁ ମା ଦୁର୍ଗା ଙ୍କ ନବରାତ୍ରି ଆରମ୍ଭ ହେବାକୁ ଯାଉଛି I ତେବେ ଏହି ନବରାତ୍ରି ଅନେକ ଲୋକ ଙ୍କ ଉପରେ ପ୍ରଭାବ ପକାଇବା I ବିଶେଷ କରି 6ଟି ରାଶି ଉପରେ ଏହାର ଉତ୍ତମ ପ୍ରଭାବ ପଡିବ ବୋଲି ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଛି I ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏଥରକ ନବରାତ୍ରି ପୂଜା ରେ ଗ୍ରହ ଏବଂ ନକ୍ଷତ୍ରଗୁଡିକର ଶୁଭ ସ୍ଥିତି ହେତୁ କିଛି ରାଶିର ଙ୍କ ଉପରେ ମାତା ଦୁର୍ଗାଙ୍କ କୃପା ବର୍ଷୀଵ I ଏହି  9 ରାଶିର ଦୁଃଖ ସମୟ ଦୂର ହେବ ଏବଂ ଭାଗ୍ୟରେ ଅନେକ ଆସିବାର ସମ୍ଭାବନା ଅଛି |

ମେଷ ରାଶି: ଏହି ରାଶି ର ଲୋକମାନେ ଙ୍କ ଉପରେ ନବରାତ୍ରି ଠାରୁ ମା ଦୁର୍ଗା ଙ୍କ ଆଶୀର୍ବାଦ ମିଳିବ I ଏହି ରାଶି ର ବ୍ୟକ୍ତି ବିଶେଷ ମାନେ କୌଣସି କାର୍ଯ୍ୟକଳାପରେ ଶୀଘ୍ର ତରତର ହୁଅନ୍ତୁ ନାହିଁ ନଚେତ ଏହା ଆପଣଙ୍କୁ କ୍ଷତି ପହଞ୍ଚାଇପାରେ | ସବୁ କାମରେ ଧାର୍ଯ୍ୟ ରଖନ୍ତୁ I ଚାକିରି କରୁଥିବା ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ କିନ୍ତୁ ଏହା ଶୁଭଫଳ ଦେବ ,ଚାକିରୀ ରେ ସଫଳତା ମିଳିବ I

ମିଥୁନ ରାଶି : ଏହି ରାଶି ପାଇଁ ଆଜିର ନବରାତ୍ରି ଠାରୁ ଭଲ ସମୟ ଆସୁଛି Iଏହି ରାଶିର ବ୍ୟକ୍ତି ମାନେ ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ହେବେ | ମାତା ଦୁର୍ଗାଙ୍କ ଅନୁଗ୍ରହରେ ଏହି ରାଶିର ଭାଗ୍ୟ ଜିତିବ | ଭାଗ୍ୟ ସହିତ, ଆପଣଙ୍କର ସମସ୍ତ କାର୍ଯ୍ୟ ସିଦ୍ଧ ହେବ I କର୍କଟ ରାଶି : ଏହି ରାଶି ପ୍ରତି ମା ଦୁର୍ଗା ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ I ବିଶେଷ କରି ପରିବାର ମୁରବି ମାନେ ପିଲାମାନଙ୍କର ଭବିଷ୍ୟତ ବିଷୟରେ ଚିନ୍ତିତ ହେବେ | ଅଫିସ୍ ପରିବେଶ ମିଶ୍ରିତ ହେବ |ଅଫିସ ରେ ସମସ୍ତଙ୍କ ସହିତ ସୁ ସମ୍ପର୍କ ରଖନ୍ତୁ I ଅଚାନକ ପ୍ରଭାବଶାଳୀ ଲୋକଙ୍କ ସହିତ ସାକ୍ଷାତ ହେବାର ସୁଯୋଗ ଆସିପାରେ |

ତୁଳା ରାଶି : ମନରେ ବହୁତ ଆତ୍ମବିଶ୍ୱାସ ବୃଦ୍ଧି ପାଇବ | ବିଶେଷ କରି ଏହି ରାଶି ଉପରେ ମାତା ଦୁର୍ଗାଙ୍କର ଆଶୀର୍ବାଦ ରହିବ | ବେପାର ପାଇଁ ଯଦି ଆପଣ କୌଣସି ବିନିଯୋଗ କରନ୍ତି ଏହା ଭବିଷ୍ୟତ ରେ ଭଲ ଫାଇଦା ମିଳିବ I ଘର ଏବଂ ପରିବାରରେ ଶାନ୍ତି ବୃଦ୍ଧି ହେବ I ବେକାର ସମସ୍ୟା ଦୂର ହେବ, ଭଲ ଚାକିରି ପାଇପାରିବେ | ବ୍ୟକ୍ତିଗତ ଜୀବନର ଅସୁବିଧା ସମାପ୍ତ ହେବ |

କନ୍ୟା ରାଶି : ଏହି ରାଶି ପ୍ରତି ନବରାତ୍ରି ଠାରୁ ମା ଦୁର୍ଗା ଙ୍କ ଆଶୀର୍ବାଦ ମିଳିବ I ଲାଗିରହିଥିବା ସମସ୍ତ ଦୁଃଖ କଷ୍ଟ ଦୂର ହେବ I ପାରିବାରିକ ଅଶାନ୍ତି ,ଦୁଃଖ ଯନ୍ତ୍ରଣା ଭୁଲି ଆଗକୁ ବଢିବେ I ମାତା ଦୁର୍ଗାଙ୍କ ଅନୁଗ୍ରହରେ ବହୁତ ଧନ ପ୍ରାପ୍ତ ର ସମ୍ଭାବନା I ଜମି ସମ୍ବନ୍ଧୀୟ ବିଷୟଗୁଡ଼ିକୁ ଭଲ ଭାବରେ ଭାବି ଚିନ୍ତି ନିଷ୍ପତି ନିଅନ୍ତୁ I ବ୍ୟକ୍ତିଗତ ଜୀବନର ସମସ୍ୟା ଦୂର ହେବ |

ମୀନ ରାଶି –ଏହି ରାଶି ର ଲୋକମାନେ ସେମାନଙ୍କର କାର୍ଯ୍ୟ ବିଷୟରେ ବହୁତ ଗମ୍ଭୀର ଦେଖାଯିବେ | ଭଲ ଭାବରେ ବିଚାର କରି ନିଷ୍ପତି ନେବେ I କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପ୍ରଶଂସିତ ହେବ I ଘରର ଆର୍ଥିକ ଅବସ୍ଥା ଦୂର ହେଇ ଭଲ ସମୟ ଆସିବ I ପୁରୁଣା ବନ୍ଧୁମାନଙ୍କୁ ଭେଟି ପୁରୁଣା ସ୍ମୃତି ଅନେକ ଖୁସି ଆଣିଦେବ I ବ୍ୟବସାୟ କରିବାକୁ ଚାଁହୁଥିଲେ ଆଖିବୁଜି ଆରମ୍ଭ କରନ୍ତୁ ,ଶୁଭ ଫଳ ମିଳିବ I ମକର ରାଶି ;-ଏହି ରାଶି ର ଲୋକମାନେ କଠିନ ପରିଶ୍ରମ କରିବେ ,ଏହାଦ୍ୱାରା ଭାଗ୍ୟ ସାଥ ଦେବା ଏବଂ ମା ଦୁର୍ଗା ଙ୍କ ଆଶୀର୍ବାଦ ମିଳିବ I ସମସ୍ତ ସମସ୍ୟା ଦୂର ହେବ I ବ୍ୟକ୍ତିଗତ ଜୀବନ ଆନନ୍ଦଦାୟକ ହେବ | ଆୟ ର ପରିମାଣ ବୃଦ୍ଧି ପାଇବ | ଯଦି କୌଣସି ବେପାର ବିନିଯୋଗ କରିବାକୁ ଚାଁହୁଛନ୍ତି ଏହା ଲାଭଜନକ ହେବ I

କୁମ୍ଭ ରାଶି :– ଏହି ରାଶିର ଲୋକମାନଙ୍କ ଉପରେ ମା ଦୁର୍ଗା ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ I ସମସ୍ତ କାର୍ଯ୍ୟ ଶୁଭ ହେବ I ଆୟରେ ବିପୁଳ ବୃଦ୍ଧି ଘଟିବ | ଯଦି କୌଣସି ମାଲି ମକଦ୍ଦମା ଲାଗିରହିଥାଏ ତେବେ ସଫଳତା ପାଇବାର ସମ୍ଭାବନା ଅଧିକ | ବିବାହ କ୍ଷେତ୍ର ରେ ଶୁଭ ଖବର ମିଳିବ I ସିଂହ ରାଶି : ଏହି ରାଶିର ଲୋକଙ୍କ ଖରାପ ସମୟ ଶେଷ ହେଇ ମଧ୍ୟମ ଧରଣ ର ମିଳିବ I ନୂଆ ନୂଆ ଲୋକଙ୍କ ସହିତ ବନ୍ଧୁ ସ୍ଥାପନ ହେବ I ପାରିବାରିକ ଜୀବନ ଭଲ ହେବ | କ୍ରୋଧ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରିପାରିଲେ ଏହି ରାଶି ପାଇଁ ମା ଦୁର୍ଗା ଙ୍କ ଆଶୀର୍ବାଦ ମିଳିବ I

Leave a Reply

Your email address will not be published. Required fields are marked *