ବିଛଣା ରେ ପଡି ପଡି କାନ୍ଦୁଛି 18 ବର୍ଷୀୟ ଝିଅ ମୋନାଲିସା ,ଆପଣଙ୍କ ସାହାଯ୍ୟ କୁ ଅପେକ୍ଷା କରିଛି

ଯେଉଁ ବୟସରେ ପାଠ ପଢି ସୁନେଲି ସ୍ବପ୍ନ ଦେଖିବା କଥା ସେହି ବୟସରେ ଏବେ ଭାଗ୍ୟ କୁ ଆଦରି ବିଛଣା ରେ ପଡ଼ିରହିଛି 18ବର୍ଷୀୟ ଝିଅ I ସବୁବେଳେ ହସୁଥିବା ମୋନାଲିସା ଓଠରେ ଆଉ ହସ ନାହିଁ I ଗୁମୁରୁ କାନ୍ଦୁଛି ମୋନାଲିସା I କଟକ ଥୋରିଆ ସାହି ଅଞ୍ଚଳରେ ରହୁଥିବା ଏହି ଝିଅଟିର ନାମ ମୋନାଲିସା ସେଠୀ ବୟସ ବର୍ତମାନ ମାତ୍ର ୧୮ ବର୍ଷ।

ଆଜିକୁ ଠିକ ତିନିବର୍ଷ ତଳେ ଝିଅ ଯେତେବେଳେ ମ୍ୟାଟ୍ରିକ ପରୀକ୍ଷା ଦେଉଥିଲା ସେହି ସମୟରେ ତାହାର ଦେହରେ ଅଚାନକ ଏକ ପରିବର୍ତ୍ତନ ପରିଲିକ୍ଷିତ ହେଲା ଆଉ ଝିଅ ନା କଥାବାର୍ତ୍ତା କରିପାରିଲା ନା ଚିନ୍ହି ପାରିଲା। ଡାକ୍ତର ଦେଖାଇଲେ ପରୀକ୍ଷା ଉପରେ ପରୀକ୍ଷା ହୋଇଚାଲିଲା କିନ୍ତୁ ଝିଅର ଅବସ୍ଥାରେ କୌଣସି ଉନ୍ନତି ପରିଲିକ୍ଷିତ ହୋଇପାରୁନଥିଲା । ଏକ ରକମର ପିଲାଟି ପାଖ୍ୟାଘାତ ରୋଗୀ ପରି ଖଟରେ ପଡି ରହିଲା। ଏହା ପରେ ଜଣା ପଡିଲା କି ଝିଅଟି ସାବୁକ୍ୟୁଟ୍ ସ୍କ୍ଲେରୋଜିଙ୍ଗ୍ ପାନେନ୍ସଫାଲାଇଟିସ୍  (SSPE) ମିଳିମିଳା (ରୁବୋଲା) ସଂକ୍ରମଣ ସହିତ ଜଡିତ ଏକ ମାରାତ୍ମକ ମସ୍ତିଷ୍କ ବ୍ୟାଧି ରେ ଆକ୍ରାନ୍ତ ।

ତାହାପରେ ବାପା ମା ଝିଅର ଚିକିତ୍ସା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ଘୁରିବୁଲିଲେ। କିନ୍ତୁ ଏହାରୀ ଭିତରେ ବଡ ସମାସ୍ୟା ସୃଷ୍ଟି କରିଛି ଅର୍ଥ। ବାପା ଜଣେ ଅଟୋ ଚାଳକ ଓ ସେଇଥିରେ ଯାହା କମାନ୍ତି ତିନି ପ୍ରାଣୀ ରକୁଟୁମ୍ବ ପ୍ରତିପୋଷଣ ହୋଇଥାଏ। କିନ୍ତୁ ବର୍ତ୍ତମାନ ସମସ୍ତଙ୍କର ସହାୟତା କୁ ଅପେକ୍ଷା କରି ବସିଛନ୍ତି ପରିବାର ଲୋକେ। ବାପା ମାଙ୍କ ଏକମାତ୍ର ଝିଅ ଯିଏ ଏତେ ଲାଳନ ପାଳନରେ ବଢିଥିଲା ତାହାର ଅବସ୍ଥା ଦେଖି ଆଖିରୁ ଲୁହ ସରୁନାହିଁ।

ରୋଗ ସଂକ୍ରମଣ ପୂର୍ବରୁ କେତେ ସୁନ୍ଦର ଦେଖାଯାଉଥିବା ଝିଅ ଆଜି ବିକଳାଙ୍ଗ ଭଳି ପଡି ରହିଛି। ଏବେ ସମସ୍ତଙ୍କ ସାହାଯ୍ୟ କୁ ଅପେକ୍ଷା କରିଛି ମୋନାଲିସା I ପ୍ରସାଶନ ତରଫରୁ ଆବଶ୍ୟକ ସାହାଯ୍ୟ ଏବଂ ସହଯୋଗ ମିଳିଲେ ପୁଣି ମୋନାଲିସା ହସି ପାରନ୍ତା I ଦୟାକରି ବହୁ ପରିମାଣରେ ଶେୟାର କରିବାକୁ ଅନୁରୋଧ I

Leave a Reply

Your email address will not be published. Required fields are marked *