15 ଦିନ ପାଇଁ ସିଲ୍ କରିଥିଲେ 7ଦିନ ସମ୍ଭାଳି ପାରିଲେନି ଖୋଲିଲା ଅପରାଜିତା ଷଡଙ୍ଗୀଙ୍କ ଅଫିସ

ଶେଷରେ ଖୋଲିଛି ଅପରାଜିତା ଙ୍କ କାର୍ଯ୍ୟାଳୟ,15ଦିନ ପାଇଁ ବିଏମ୍ସି ସିଲ୍ କରିଥିବା ବେଳେ ସାତ ଦିନ ସମ୍ଭାଳି ପାରିଲେନି I ବାଧ୍ୟ ହେଇ ଆଜି ଅପରାଜିତା କାର୍ଯ୍ୟାଳୟ ଖୋଲାଯାଇଛି I ନିର୍ଦ୍ଧାରିତ ସମୟ ପୂର୍ବରୁ ବିଏମସି ବାଧ୍ୟ ହେଇଛି ଅଫିସ ସିଲ୍ ଖୋଲିବାକୁ I

ସୂଚନା ଥାଉ କି ଗତ ୭ ଦିନ ତଳେ ଅପରାଜିତା ଙ୍କ ଅଫିସ ରେ ଜନ୍ମ ଦିନ ପାଳନ ସମୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ ରେ ତାଙ୍କ ଅଫିସ କୁ ସିଲ୍ କରାଯାଇଥିଲା 15ଦିନ ପର୍ଯ୍ୟନ୍ତ I ତେବେ ଏହାକୁ ନେଇ ଅପରାଜିତା ମଧ୍ୟ ସିଧା ପ୍ରଶ୍ନ କରିଥିଲେ ବିଜେଡି ଅଫିସ କେବେ ସିଲ୍ ହେବ ? ସେମାନେ ମଧ୍ୟ ନିୟମ ଭାଙ୍ଗିଛନ୍ତି ବାରମ୍ବାର I

ଏପରିକି ରାଜ ରାସ୍ତା କୁ ଓଲ୍ହାଇ ଲୋକଙ୍କ ଶୁଣାଣି କରିଥିଲେ ଅପରାଜିତା I ଏଥିରେ ବିଜେଡି ସୁପ୍ରିମ ଙ୍କ ପ୍ରତି ଅସନ୍ତୋଷ ବୃଦ୍ଧି ହେଉଥିବା ବେଳେ ଅପରାଜିତା ଙ୍କ ପ୍ରତି ଲୋକପ୍ରିୟତା ବଢିଥିଲା I ଫଳରେ 15ଦିନ ପୂର୍ବରୁ ମାତ୍ର 7 ଦିନ ରେ ଅଫିସ ଖୋଲିଦେଇଛି ବିଏମ୍ସି I

Leave a Reply

Your email address will not be published. Required fields are marked *